Monday 7 November 2016

ଏକା ଏକା କିଛି ଭାବେ



ନିଜ ପାଇଁ ସମୟକୁ ଯଦି 
କିଛି ଦେଇ ପାରେ କେବେ 
କଣ କଣ ଭାବେ ତେବେ
ମୁଯେ ଲେଖି ଦିଏ ଏବେ I 

କାହାକୁ ବା କିଛି କ୍ଷଣ 
ହୁଏ ଟେଲି ଯୋଗାଯୋଗ 
ଅବା ସମୟକୁ ନିରିଖେଇ 
ଇଏମଆଇର ଚାଲେ ଯୋଗ ବିୟୋଗ I 

ଜୀବନର ଅଙ୍କକଷା କଣ 
ସମୟର ପଶାଖେଳ ରାଜନୀତି 
ପିତୃ ସ୍ନେହ, ବାଲ୍ୟମୋହ ବଜାର ବିରତି 
ବଜାର ମୂଲ୍ୟ ଚଢାଅଙ୍କ ସାଇତି 
ସମାଜର ମୋହ, ଏଠି ନୁହେ ଦରନୀତି I

2 comments: