Tuesday 6 September 2016

ଅନୁଶୋଚନା ..





ଆଜି ନିଦ ନାହିଁ , ଆଜି ବ୍ୟଥା ନାହିଁ 
ଗନ୍ତବ୍ୟ ପଥର ଆଜି ଦିଗ ନାହିଁ 
ନିସ୍ତବ୍ଧ ରାତିର ସାଥି ଏକ ମୁହିଁ 
ଟୋଲ ଗେଟ ଦିଶେ , ପାଦେ ଆଗେ ଯାଇ I....
ହିସାବ ନିକାସ ସତେ ଆଜି ଏବେ 
ଚିଟା ନିଏ କୁହେ ଆଉ କିଛି ଦୂର 
ବ୍ୟସ୍ତ ଜନର ନା ଦିଶେ କୋଳାହଳ 
ଯୌବନେ ଧାଇଲେ, ଯୌବନ ଶିଥିଳ I..

ତୁମେ ଯେ ପୁରୁଣା ଅଖୋଜା ଆଇନା 
ସ୍ମୃତିରାଜି ହୀନ , ବିଦୀର୍ଣ୍ଣ ଶ୍ରୀହୀନା 
ଅନ୍ତରାତ୍ମା ଯେ ଆହତ, ଅର୍ଥହୀନ ଚରିତ୍ର 
ଜୀବନ ସଂଗୀତ ଖାଲି ଅର୍ଥରେ ସଂଚିତ 
ପୁରୁଣା ଡ଼ାଇରୀ ପୃଷ୍ଠା ଯେ ସୀମିତ ......

No comments:

Post a Comment