Saturday 1 October 2016

ଶେଷ ଆବେଗ...

ଓଡିଶା ମାଟିର ଆମେ ଯେ ସନ୍ତାନ
ସେଇ ହେଉ ମୋର କର୍ମ ଭୂମି
ପ୍ରକୃତି ଭିତରେ ଭାଷା ଗନ୍ତାଘର
ସେଇ ହେଉ ତୀର୍ଥ ଭୂମି I
ଶୈଶବର ଛାୟା ଜରା ଶରୀରରେ
ଦେବଭୂମି ତଵ ଦେଵ
ଲୀନ ହେଇଯିବା ଧରା ପୃଷ୍ଠରୁ
ଠିକଣା ସମାପ୍ତ, ଆଉ ଆତ୍ମା
ଉଜ୍ଜୀବିତ ରହିଯିବ I
ଦେବତା ଆଶ୍ରୟ, ମାନବ ପ୍ରଶୟ
ନଥିବ ଆଗକୁ ଭୟ,
ପ୍ରାଣ ବାହାରିବ ଜଗାର ଆଶ୍ରୟେ
ରହିଯିବ ସେଇ ଠିକଣାରେ
କି ସୁନ୍ଦର ହେବ ଇତି ନ୍ୟାୟ
ନ ରହିବ ଆଉ ଭୟ I
ପୁରୀ ସ୍ୱର୍ଗଦ୍ୱାରେ ଉଦ୍ଧରିବ ତବ
ସାରଦା ବାଲିର ମୋହ
କିଛି ମୁଠା ତୋର ମୁଠାରେ ଧରିବ
ପାଉଁଶ ମୁଠିକ କଣେ ମିଶିଯିବ
ପୁଲକିତ ମୃତ୍ୟୁ
ଶେଷ ଭିକ୍ଷାରେ ହୋଇବ I-

No comments:

Post a Comment