Sunday 30 October 2016

ଜଳା ସଳିତାର ଇତିହାସ



ଦୀପ ମାଳାର ସହର ଆଜି ଉଦ୍ଭାସିତ 
ଊହଲାଦ, ଉନ୍ମାଦ , ରାତ୍ରି ଆଲୋକିତ I
କୁଟୁମ୍ବ ମିଳନ, ଭେଟି ଭାବର ଚଳନ
ଭୋଜି ଆମନ୍ତ୍ରଣ, ଆକାଶ ଜଳନ I
ଲକ୍ଷ୍ମୀ ଆବାହନ, କାଳୀମାର ପୂଜନ 
ଜୀବର ନିଧନ, ଧନ ବିସ୍ଫୋରଣ I
ବେଶ ପରିଧାନ, ବ୍ୟବସାୟଭି ନୂତନ 
ଆକାଶ କମ୍ପନ, ବ୍ୟବସାୟିକ ମିଳନ I
ଧରିତ୍ରୀ ବ୍ୟଥିତ, ବାରୂଦ ରଞ୍ଜିତ
ନିର୍ଧନ ଅତୃପ୍ତ, ଦହନ ଗଗନ ମରୁତ I
ନୁହେ ଦୀପାବଳି ବିକଟାଳ ହସ
ବଳି ବଳଶାଳୀ, ମଧୁର କର୍କଶ I
ରଣହୁଙ୍କାର, ଦୀପ ୟେ ନିହତ 
ଜଳା ସଳିତାର ଇତିହାସ ଯେ ନିନ୍ଦିତ I

2 comments: