Friday 20 November 2015

ଆଃ କି ମଧୁର ତୁମେ

ଆଃ କି ମଧୁର ତୁମେ , ପାଷାଣ  ହୃଦୟ 
ବଲି ଦେଇ ମୋତେ ପତାକା ବିଜୟ
ଗର୍ବରେ କୁହ ସ୍ବାଧୀନ ତୁମେ    
ନୁଆ ପର୍ବ ଆବାହନ 
ପୁରୁଣା ପୋଷାକ ଫିନଗିଦେଇ 
କର ନୁଆ ବିନୋଦନ I 

ଆଃ  କି ମଧୁର ତୁମେ 
ଅଶ୍ରୁ ବନ୍ୟାରେ ଛାଡିଦେଇ ମୋତେ
ହାସ୍ୟ ବଦନରେ 
ଦୃଷ୍ଟି ହିନତାର ଦ୍ବାହି ଦେଇ କୁହ 
ନୁଆ ଚଷମା  ଦରକାର 
ପୁରୁଣା ପିରତି ପୁରୁଣା ହେଲାଣି 
ଲୋଡା ଚର୍ବି ଶିକାର I 

ଆଃ କି ମଧୁର ତୁମେ 
ବୁଝି ପାରିଲନୀ ବୁଝି ପାରିଲନୀ 
ବଦଳି ପାରିନି ପାରିନି 
ତୁମର ଶିକାର ତୁମର ଶିକାର 
ବିନ୍ଧାଣୀ ଶରର ଅଜାଗା କ୍ଷତ 
ଦେଖେଇ ହୁଏନି ବହେ ରକ I

1 comment:

  1. ଆଖି ଆଉ ନିଦ-ନିଦ ଆଉ ଆଖି
    ଦୁହିଁଙ୍କ ପୀରତି ନିଆରା
    ମନ ଯାହା ଖାଲି ଆବେଗର ସେତୁ
    ଖୋଜୁଥାଏ ଟିକେ ସାହାରା |

    ReplyDelete