Friday 23 October 2015

ବିଧାଟିଏ ମାରି ବିଦାୟ କରରେ


Pic Courtesy: http://www.apnatimepass.com/satyagraha-movie-poster-9.php

ବରଷ ଯାକରେ ଚଉଦ ପୀରତୀ
ତେର ପରେ ଦେଖ ଆଜି ରାଜନୀତି
ମଉଜ ଶୋକ ଭିକର ପରବ ବିକୃତି
ଚଉଦ ରୀତିରେ ଆଜି ରାଜନୀତି
ଯଉଠି ଖୋଜିବ ସେଇଠି ପାଈବ
ଧରି ପାରିଲେ ନିଜେ ସଢିଯିବ
ଦଳରେ ଦଳରେ ତମେ ଧରିଥିବ
ଅନୀତି ବିଗୁଲ ବଜାଇ ଚାଲିବ I

ଦେଖ ଦେଖ ଆଜି ନେତା ନିର୍ବାଚନ
ଭିକ ମାଗି ମାରିନେଲେରେ ଶାସନ
ତା ପରେ ହେଲା ପ୍ରଜା ନିର୍ବାସନ
ଗଣତନ୍ତ୍ରର ଶୁଣ ନୁଆ ପ୍ରବଚନ I

ସତୁରୀ ବରଷ ନରକ ସହିଲି
ପ୍ରସବ ଯନ୍ତ୍ରଣା ଦେହରେ ବାହିଲି
ନେତା ସାରଟିରେ ଖିଣ ହେଇଗଲି
ଉଧାର କରିବ ଅନେଇ ରହିଲି I

ଜାଗି ଉଠାରେ ହେ ପ୍ରଜାଗଣ
ତୁମର ଶାସନେ ତୁମରୀ ଶୋଷଣ
କରତ୍ୟବର ପିନ୍ଧ ନୁଆ ଆବରଣ
ଆଖି ଖୋଲି ହାତ ମୁଠା କର ଟାଣ I

ବିଧାଟିଏ ମାରି ବିଦାୟ କରରେ
ଶ୍ମସାନ କିଣିକି କବର ଦିଅରେ
ରାଜନୀତି ହୋଇବ ପେଶାରେ
ଧର୍ଷିତ ସମାଜ ରହିବା ପଛରେ I

No comments:

Post a Comment