Thursday 22 October 2015

ପ୍ରଭାତ ଜହ୍ନ

ପ୍ରଭାତ ଜହ୍ନ 

ଲୋତକ ଧାରାର ଅସ୍ପୃସ୍ୟ ରଂଗ
ଶିଥିଳ ଧମନୀର ଶୁଷ୍କ ଯେ ଅଂଗ
ଯୌବନ ଶୌର୍ଯରେ ଲାଗିଛି ଗ୍ରହଣ
ମାନସ ପଟରେ ବିନ୍ଧୁଛି ନିହାଣ I

ଜରା ପଥରରେ ହାଲୁକା ପ୍ରହାର
ସଜାଇ ଆଣିବ ପ୍ରେମର ଅହାର ??
ଭାବନା ସେତୁରେ କେବେ ବନ୍ଧିପାର
ଝରା ମୁକ୍ତାର ନୁଆ ଉପହାର !!

ପଶ୍ଚିମ ସୂର୍ଯର ଶୁଭେ ଚିତ୍କାର
ଅନ୍ଧାର ଅନ୍ଧାର ଆଗକୁ ଅନ୍ଧାର
ହୃଦୟ ତୁମେ ଆଜି ରହିଯାଅ
ଏକାକୀ ମୋହର ଆଉ ଆପଣାର I

No comments:

Post a Comment