Friday, 23 October 2015

ବିଧାଟିଏ ମାରି ବିଦାୟ କରରେ


Pic Courtesy: http://www.apnatimepass.com/satyagraha-movie-poster-9.php

ବରଷ ଯାକରେ ଚଉଦ ପୀରତୀ
ତେର ପରେ ଦେଖ ଆଜି ରାଜନୀତି
ମଉଜ ଶୋକ ଭିକର ପରବ ବିକୃତି
ଚଉଦ ରୀତିରେ ଆଜି ରାଜନୀତି
ଯଉଠି ଖୋଜିବ ସେଇଠି ପାଈବ
ନ ଧରି ପାରିଲେ ନିଜେ ସଢିଯିବ
ଦଳରେ ଦଳରେ ତମେ ଧରିଥିବ
ଅନୀତି ବିଗୁଲ ବଜାଇ ଚାଲିବ I

ଦେଖ ଦେଖ ଆଜି ନେତା ନିର୍ବାଚନ
ଭିକ ମାଗି ମାରିନେଲେରେ ଶାସନ
ତା ପରେ ହେଲା ପ୍ରଜା ନିର୍ବାସନ
ଗଣତନ୍ତ୍ରର ଶୁଣ ନୁଆ ପ୍ରବଚନ I

ସତୁରୀ ବରଷ ନରକ ସହିଲି
ପ୍ରସବ ଯନ୍ତ୍ରଣା ଦେହରେ ବାହିଲି
ନେତା ସାରଟିରେ ଖିଣ ହେଇଗଲି
ଉଧାର କରିବ ଅନେଇ ରହିଲି I

ଜାଗି ଉଠାରେ ହେ ପ୍ରଜାଗଣ
ତୁମର ଶାସନେ ତୁମରୀ ଶୋଷଣ
କରତ୍ୟବର ପିନ୍ଧ ନୁଆ ଆବରଣ
ଆଖି ଖୋଲି ହାତ ମୁଠା କର ଟାଣ I

ବିଧାଟିଏ ମାରି ବିଦାୟ କରରେ
ଶ୍ମସାନ କିଣିକି କବର ଦିଅରେ
ରାଜନୀତି ନ ହୋଇବ ପେଶାରେ
ଧର୍ଷିତ ସମାଜ ରହିବା ପଛରେ I

No comments:

Post a Comment