Sunday 25 October 2015

କିନ୍ତୁ ଦୃଷ୍ଟିହୀନ ତୁମେ ନୁହ!





ଖିନଭିନ୍ କଲ ,
କହି ବୁଲି ଗଲ,
କଣ ବା ବୁଝିଲ ,
କି ରାଗ ସୁଝିଲ I

ଲାଂଛନାରେ ପ୍ରୀତି ,
ଢାଳୁଥିଲ୍ ସତୀ ,
ମାୟାବିର ପଂକ୍ତି,
ଜାଳୁଥିଲ୍ ରାତି I

ହୁଂକାର ନିନାଦ ,
ଭିନ୍ନତାର ସ୍ବାଦ ,
କରୁଥିଲ ବାଦ ,
ଅବସାଦ ନାଦ I

ନିଷ୍ପ୍ରଭ ବିରତି ,
ବୁଝିଲଯେ ଉକ୍ତି,
ପ୍ରଜ୍ବଳିଲା ଜ୍ବୋତି,
ପୀରତିର ରୀତି I

ଢାଳିଦେଲ ବ୍ୟଗ୍ର ,
ମିମାଂସାର ଅର୍ଘ୍ୟ ,
ସମ୍ପର୍କ ଆରୋଗ୍ୟ ,
ନିବିଡ ସୁଦୀର୍ଘ

No comments:

Post a Comment