ଆଃ କି ମଧୁର ତୁମେ , ପାଷାଣ ହୃଦୟ
ବଲି ଦେଇ ମୋତେ ପତାକା ବିଜୟ
ଗର୍ବରେ କୁହ ସ୍ବାଧୀନ ତୁମେ
ନୁଆ ପର୍ବ ଆବାହନ
ପୁରୁଣା ପୋଷାକ ଫିନଗିଦେଇ
କର ନୁଆ ବିନୋଦନ I
ଆଃ କି ମଧୁର ତୁମେ
ଅଶ୍ରୁ ବନ୍ୟାରେ ଛାଡିଦେଇ ମୋତେ
ହାସ୍ୟ ବଦନରେ
ଦୃଷ୍ଟି ହିନତାର ଦ୍ବାହି ଦେଇ କୁହ
ନୁଆ ଚଷମା ଦରକାର
ପୁରୁଣା ପିରତି ପୁରୁଣା ହେଲାଣି
ଲୋଡା ଚର୍ବି ଶିକାର I
ଆଃ କି ମଧୁର ତୁମେ
ବୁଝି ପାରିଲନୀ ବୁଝି ପାରିଲନୀ
ବଦଳି ପାରିନି ପାରିନି
ତୁମର ଶିକାର ତୁମର ଶିକାର
ବିନ୍ଧାଣୀ ଶରର ଅଜାଗା କ୍ଷତ
ଦେଖେଇ ହୁଏନି ବହେ ରକ I
ଆଖି ଆଉ ନିଦ-ନିଦ ଆଉ ଆଖି
ReplyDeleteଦୁହିଁଙ୍କ ପୀରତି ନିଆରା
ମନ ଯାହା ଖାଲି ଆବେଗର ସେତୁ
ଖୋଜୁଥାଏ ଟିକେ ସାହାରା |